ଅଜଣା ଅତିଥି - 1

  • 20.4k
  • 7.9k

ଠକ୍ ଠକ୍......ରମେଶ ଛାତିରେ ଛନକା ପଶିଲା । ରମେଶ ଥରି ଥରି ଡ଼୍ରଇଁ ରୁମକୁ ଆସିଲା । କାନ୍ଥରେ ଟଙ୍ଗା ହୋଇଥିବା ଘଡ଼ି ଅନାଇଲା । ଘଡ଼ିରେ ଗୋଟାଏ ବାଜିବାକୁ ଆଉ ମାତ୍ର କେଇଟା କ୍ଷଣ ବାକି ଥିଲା । ରମେଶ ସେମିତି ଘଡ଼ି ଉପରେ ନଜର ରଖିଥିଲା, ଘଡ଼ି ମଧ୍ୟ ଢ଼ଂ କରି ବାଜି ଉଠିଲା । ରମେଶ ପୁଣିଥରେ ଚମକି ପଡ଼ିଲା । ଚମକି ପଡ଼ି ଦୁଇ ପାଦ ମଧ୍ୟ ଘୁଞ୍ଚି ଯାଇଥିଲା । କବାଟର ଆରପଟରୁ ସେମିତି ଠକ୍ ଠକ୍ ଶବ୍ଦ ଶୁଭି ଚାଲିଥିଲା । ରମେଶ ଧିରେ ଧିରେ କବାଟ ପାଖକୁ ଗଲା । କବାଟର ଏପଟରୁ ଥାଇ ବଡ଼ ପାଟିରେ ଚିତ୍କାର କରି ପଚାରିଲା କିଏ ?କବାଟର ଆରପଟରେ ଥିବା ଲୋକ ଜଣଙ୍କ ନିଜର ପରିଚୟ ଦେଲା । ପରିଚୟ ଶୁଣି ରମେଶ ଭାବିଲା ଆରେ ଏ ତ କୋୖଣସି ଅଜଣା ଅତିଥି ନୁହେଁ